Take a fresh look at your lifestyle.

ଅନୁଗୋଳରେ ହେବ ଏମଏସଏମଇ ପାର୍କ: ଅସିତ ତ୍ରିପାଠୀ

0 887

Get real time updates directly on you device, subscribe now.

ଅନୁଗୋଳ: ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାର ଶିଳ୍ପ ଅନୁଷ୍ଠାନ ଗୁଡିକର କାର୍ଯ୍ୟଗୁଡିକୁ ତ୍ବରାନ୍ବିତ କରିବା ନିମନ୍ତେ ସରକାରଙ୍କ ବିଭିନ୍ନ ବିଭାଗ ଓ ଶିଳ୍ପ ଅନୁଷ୍ଠାନ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀକର ମୁଖ୍ୟ ପରାମର୍ଶଦାତା ଶ୍ରୀ ଅସିତ୍ କୁମାର ତ୍ରିପାଠୀ। ଏହି ଆଲୋଚନା ପରେ ଏକ ଲୋକାଭିମୁଖୀ କାର୍ଯ୍ୟ ଖସଡା ପ୍ରସ୍ତୁତ କରାଯିବ ବୋଲି ନାଲ୍‌କୋ ପ୍ରଶିକ୍ଷଣ ଗୃହରେ ୨ ଦିନିଆ ଇଣ୍ଡଷ୍ଟ୍ରି କେୟାର କର୍ମଶାଳାରେ ଯୋଗଦେଇ ସେ କହିଛନ୍ତି ।

କର୍ମଶାଳାରେ ଯୋଗଦାନ ଦେଇଥିବା ୪୨ଟି ବୃହତ ଶିଳ୍ପ ସଂସ୍ଥାର କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଶିଳ୍ପ ଅନୁଷ୍ଠାନମାନେ ତ୍ବରାନ୍ବିତ ଭାବରେ ଚାଲିବା ନିମନ୍ତେ ଆବଶ୍ୟକ କଞ୍ଚାମାଲ , ଭିତ୍ତିଭୂମି , ପ୍ରଦୁଷଣ ପ୍ରମାଣ ପତ୍ର , ରାସ୍ତା ସଂଯୋଗ , ପାଚେରୀ , ନିରବଚ୍ଛିନ୍ନ ବିଦ୍ୟୁତ୍‌ ଯୋଗାଣ , ରେଳ ସଂଯୋଗୀକରଣ , ପାନୀୟ ଜଳ ଯୋଗାଣ , ବିସ୍ଥାପିତ ମାନଙ୍କୁ କ୍ଷତିପୂରଣ ଓ ଆନୁସଙ୍ଗିକ ସମସ୍ୟାର ସମାଧାନ ନିମନ୍ତେ ବିଶଦ ଆଲୋଚନା କରାଯାଇଛି ।

ଉଭୟ ଜିଲ୍ଲାରେ ଚାଷ ଓ ଇଣ୍ଡଷ୍ଟ୍ରି ପାଇଁ ଅନେକ ସମ୍ଭାବନା ରହିଛି । ଏଥିପାଇଁ ଉଭୟକୁ ଗୁରୁତ୍ୱ ଦେଇ କାମ କରାଯିବ ବୋଲି ସମୀକ୍ଷା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଥିଲେ । ଖୁବ ଶୀଘ୍ର ଅନୁଗୋଳର ନୂଆ କୋଲ କରିଡର ତିଆରି ହେବ। ଏଥିପାଇଁ ଜିଲ୍ଲାରେ ନୁଆଁ ୧୨ଟି ଖଣି ହେବ। ଏହାର ଡିଟେଲସ ପ୍ରୋଜେକ୍ଟ ରିପୋର୍ଟ ୨ ମାସ ଭିତରେ ଦାଖଲ ହେବ। ଏହାସହ ଢେଙ୍କାନାଳ ଓ ଅନୁଗୋଳରେ ୨ଟି ନୁଆ MSME ପାର୍କ ନିର୍ମାଣ ପାଇଁ ଯୋଜନା କରାଯାଇଛି।

ଦେଖନ୍ତୁ ଭିଡ଼ିଓ: ସରଳ ଆଇ ପାଠ ଜାଣନ୍ତୁ ବରିଷ୍ଠ ଆଇନଜୀବୀ ରମଣୀକାନ୍ତ ପଟନାୟକଙ୍କ ଠାରୁ

ଖୁବ ଶୀଘ୍ର ନାଲକୋର ସମ୍ପ୍ରସାରଣ କରାଯିବ ଆଉ ଏଥିପାଇଁ ବ୍ରାହ୍ମଣୀରୁ ପାଣି ଆସିବ। ଏହି ପାଣି କିଭଳି ଆସିବ ସେ ନେଇ ଯୋଜନା ତିଆରି ହେବ । ଅନୁଗୋଳ ଆଲୁମିନିୟମ ପାର୍କର ସମ୍ପ୍ରସାରଣ ମଧ୍ୟ କରାଯିବ। ଜିଲ୍ଲାରେ ଥିବା ତାପଜ ବିଦ୍ୟୁତ କେନ୍ଦ୍ରରୁ ନିର୍ଗତ ହେଉଥିବା ପାଉଁଶ ଜିଲ୍ଲା ପାଇଁ ସମସ୍ୟା ସୃଷ୍ଟି କରୁଛି। ଏହି ପାଉଁଶ ସୁପରିଚାଳନା ପାଇଁ ଖଣି ଗୁଡିକ ସହ ଆଲୋଚନା କରା ଯାଇଛି। ତାଳଚେର ବନ୍ଦ ହୋଇଥିବା ଖଣିରେ ଏହି ପାଉଁଶ ସବୁ ଭର୍ତ୍ତି କରାଯିବ। ଯାହା ଫଳରେ ପ୍ରଦୂଷଣ ସମସ୍ୟାରୁ ମଧ୍ୟ ମୁକ୍ତି ମିଳି ପାରିବ। ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଶିଳ୍ପ ଅନୁଷ୍ଠାନଗୁଡିକରେ ସୃଷ୍ଟି ହେଉଥିବା ସମସ୍ୟାଗୁଡିକୁ ତୁରନ୍ତ ଉଚ୍ଚ କର୍ତ୍ତୃପକ୍ଷକଙ୍କ ଦୃଷ୍ଟିକୁ ଆଣି ସେଗୁଡିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟ ପରାମର୍ଶଦାତା ପ୍ରଶଂସା କରି କହିଥିଲେ।

 

 

Get real time updates directly on you device, subscribe now.

Leave A Reply

Your email address will not be published.