Take a fresh look at your lifestyle.

ଶଗଡ଼ରୁ ପଡ଼ିଗଲେ ବିଧାୟକ, ଦେଖନ୍ତୁ ଭିଡ଼ିଓ

0 923

Get real time updates directly on you device, subscribe now.

Karnatak Congress: ବେଙ୍ଗାଲୁରୁ: ସୋମବାର (ସେପ୍ଟେମ୍ବର 13, 2021) କର୍ଣ୍ଣାଟକ ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନ ଥିଲା। ପେଟ୍ରୋଲ ଏବଂ ଡିଜେଲର (Oil Price) ମୂଲ୍ୟ ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ବିରୋଧୀ କଂଗ୍ରେସର (Congress) ଅନେକ ନେତା ଶଗଡ଼ ଗାଡ଼ିରେ ବିଧାନସଭାରେ ପହଞ୍ଚିଥିଲେ। ଏଥିରେ ବିରୋଧୀ ଦଳର ନେତା ସିଦ୍ଧରମୈୟା (Sidharamiha) ଏବଂ ରାଜ୍ୟ କଂଗ୍ରେସ ସଭାପତି (Congress President) ଡି.କେ ଶିବକୁମାର (D.K Shivkumar) ମଧ୍ୟ ସାମିଲ ହୋଇଥିଲେ। କିନ୍ତୁ ଏହି ସମୟରେ ଏକ ଘଟଣା ଘଟିଥିଲା ​​ଯାହା ସୋସିଆଲ ମିଡିଆରେ କଂଗ୍ରେସକୁ ପରିହାସ କରିବାର ସୁଯୋଗ ଦେଇଥିଲା।

ଦେଖନ୍ତୁ ଭିଡ଼ିଓ:

ବିରୋଧ ସମୟରେ କଂଗ୍ରେସର ଦୁଇଜଣ ବିଧାୟକ ଭେଙ୍କଟାରାମନାପ୍ପା ଏବଂ ବି.କେ ସାଙ୍ଗମେଶ ଶଗଡ଼ ଗାଡ଼ିରୁ ଖସିପଡିଥିଲେ। ଏହି କ୍ଲିପର ଏକ ଅଂଶ ସୋସିଆଲ ମିଡ଼ିଆରେ ସେୟାର କରି ଆଦର୍ଶ ହେଗଡେ ଲେଖିଛନ୍ତି, ୟେ ହେଉଛି କଂଗ୍ରେସ ପାର୍ଟିର ଭାଗ୍ୟ… ସବୁବେଳେ ତଳେ ପଡ଼ିବାର ଅଭ୍ୟାସ ଜାରି ରହିଛି। ଆଜି କର୍ଣ୍ଣାଟକ କଂଗ୍ରେସ ବିଧାନସଭା ପର୍ଯ୍ୟନ୍ତ ଶଗଡ଼ ଗାଡ଼ିରେ ଏକ ବିରୋଧ ପ୍ରଦର୍ଶନ କରିଥିଲା। ବିଧାନସଭାରେ ପହଞ୍ଚିବା ପୂର୍ବରୁ ମଧ୍ୟ ତାଙ୍କର ଦୁଇଜଣ ବିଧାୟକ ଖସିପଡ଼ିଥିଲେ। ଆଦର୍ଶ ଆହୁରି ଲେଖିଛନ୍ତି, ଏଥିରୁ ଜଣାପଡୁଛି ଯେ ଏହି ବଳଦମାନେ କଂଗ୍ରେସର ଡ୍ରାମାକୁ ପସନ୍ଦ କରୁନାହାଁନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.