Take a fresh look at your lifestyle.

କୋରୋନା ଚିକିତ୍ସା ବିଲ ଦେଢ କୋଟି

0 368

Get real time updates directly on you device, subscribe now.

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ (New Delhi) ବେସରକାରୀ ଡାକ୍ତରଖାନାର (Hospital) ମନମାନୀର ଏକ ନମୂନା ସାମ୍ନାକୁ ଆସିଛି। ଦିଲ୍ଲୀର ସାକେତ ଅଞ୍ଚଳରେ ଥିବା ଏକ ବେସରକାରୀ ଡାକ୍ତରଖାନା ମ୍ୟାକ୍ସ ଡାକ୍ତଖାନାରୁ (Max Hospital) ଆସିଛି ଏଭଳି ଏକ ଅଭାବନୀୟ ଚିତ୍ର। ମ୍ୟାକ୍ସ ହସ୍ପିଟାଲ କରୋନା (Corona) ରୋଗୀଙ୍କ ପାଇଁ ୧ କୋଟି ୬୦ ଲକ୍ଷ ଟଙ୍କା ବିଲ୍ ପାଇବା ପରେ କଂଗ୍ରେସ (Congress) ଏବଂ ଆମ୍ ଆଦମୀ ପାର୍ଟି (Aam Aadmi Party) ଦେଶର ଘରୋଇ ଡାକ୍ତରଖାନା ଉପରେ ନିୟମାବଳୀ ପାଇଁ ଦାବି କରୁଛନ୍ତି। ପୀଡିତା କରୋନା ରୋଗୀଙ୍କୁ ୨୮ ଏପ୍ରିଲରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେପ୍ଟେମ୍ବର ୬ରେ ରୋଗୀକୁ ଡିସଚାର୍ଜ କରୁଥିବାବେଳେ ଡାକ୍ତରଖାନା ୧.୫ କୋଟିରୁ ଅଧିକ ବିଲ୍ ଧରାଇଥିଲା। ଏହା ପରେ ରୋଗୀର ସମ୍ପର୍କୀୟମାନେ ମାଲବିୟ ନଗରର ବିଧାୟକ ଆମ୍ ଆଦମୀ ପାର୍ଟି ନେତା ସୋମନାଥ ଭାରତୀଙ୍କ ନିକଟକୁ ଯାଇଥିଲେ। ଏହା ପରେ ସୋମନାଥ ଭାରତ ଡାକ୍ତରଖାନା ସହ କଥା ହୋଇଥିଲେ।

Also Read: ପାକିସ୍ତାନ ବିରୋଧି ରାଲିରେ ମହିଳାଙ୍କ ଉପରକୁ ଗୁଳି

ସୋମନାଥ ଭାରତୀ କହିଛନ୍ତି, “ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ବିଷୟ। ସେଠାରେ ୧ କୋଟି ୬୦ ଲକ୍ଷ ବିଲ୍ ହୋଇଛି। ଜଣେ କରୋନା ରୋଗୀଙ୍କଠାରୁ ଏତେ ଟଙ୍କା ଆଦାୟ କରାଯାଇଥିଲା। ଯଦି ଆପଣ କାହାଠାରୁ ଏତେ ଟଙ୍କା ମାଗନ୍ତି, ତେବେ ମାନସିକସ୍ତରରେ ଆଘାତ ପାଇବା ସ୍ବାଭାବିକ। ବିଧାୟକ ଡାକ୍ତରଖାନାକୁ ଆହୁରି ମଧ୍ୟ କହିଥିଲେ କି ତୁମେ କେଉଁ ପ୍ରଣାଳୀରେ ଚିକିତ୍ସା କହିଛ ଯେ ବିଲ୍ ଏକ କୋଟିରୁ ଅଧିକ ହୋଇଛି। ତେବେ ସେମାନଙ୍କୁ ରିଆତି ଦେବାକୁ ଡାକ୍ତରଖାନାକୁ ନିର୍ଦ୍ଦେଶ ଦେଇଥିବା ନେଇ ସୋମନାଥ କହିଛନ୍ତି।

Also Read: ବଢିଲା ଅତ୍ୟାବଶ୍ୟକ ସାମଗ୍ରୀର ଦର

ତେବେ ଡାକ୍ତରଖାନାର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିବା ସହିତ ବିଧାୟକ ସୋମନାଥ ଭାରତୀ ସ୍ବାସ୍ଥ୍ୟ ମନ୍ତ୍ରୀ ଓ ମନୀଷ ତିଓ୍ବାରୀଙ୍କ ସହିତ କଥା ହୋଇଥିବା ନେଇ ସୂଚନା ପ୍ରଦାନ କରିଛନ୍ତି। ସେ ମଧ୍ୟ ଏହି ପ୍ରସଙ୍ଗକୁ ଗୁରୁତର ରୂପେ ନେଇଥିବା ସୂଚନା ଦେଇଛନ୍ତି। କୋରୋନା ସମୟରେ ଦିଲ୍ଲୀ ସରକାରୀ ଏକ ନିର୍ଦ୍ଦିଷ୍ଟ ଦର ଧାର୍ଯ୍ୟ କରିଥିଲେ। ଆଇସିୟୁରେ ଥିବା ରୋଗୀଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ଅର୍ଥ ଓ ସାଧାରଣ ଶଯ୍ୟାରେ ଥିବା ରୋଗୀଙ୍କ ପାଇଁ ଏକ ନିର୍ଦ୍ଦିଷ୍ଟ ଦରକୁ ଦିଲ୍ଲୀ ସରକାର ଧାର୍ଯ୍ୟ କରିଥିବା ନେଇ ସେ ସୂଚନା ଦେଇଥିଲେ। ତେବେ ଏହି ମାମଲାରେ କ୍ୟାପଡ ପ୍ରାଇସକୁ ଧ୍ୟାନରେ ରଖାଯିବା ନେଇ ସେ ପ୍ରଶ୍ନ କରିଥିଲେ। ସେପଟେ ୨୮ ଦିନ ପର୍ଯ୍ୟନ୍ତ ଏକମୋ ଚିକିତ୍ସା କରିବାକୁ କୁହାଯାଇଥିବା ବେଳେ ୫୨ ଦିନ ପର୍ଯ୍ୟନ୍ତ କାହିଁକି ଏକମୋ ପ୍ରଦାନ କରାଯାଇଥିଲା ସେ ନେଇ ମଧ୍ଯ ବିଧାୟକ ପ୍ରଶ୍ନ ଉଠାଇଛନ୍ତି। ତେବେ ଭଗବାନ କୃପାରୁ ରୋଗୀ ବଞ୍ଚି ଯାଇଥିବା ନେଇ ସୂଚନା ରହିଛି।

ସେପଟେ ମ୍ୟାକ୍ସ ହସ୍ପିଟାଲ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ୫୧ ବର୍ଷୀୟ କରୋନା ସଂକ୍ରମିତଙ୍କୁ ଗତ ଏପ୍ରିଲ ୨୮ ତାରିଖରେ ଡାକ୍ତରଖାନାରେ ଆଡମିଟ କରାଯାଇଥିଲା। କୋଭିଡ଼ ଓ ନିମୋନିଆ କାରଣରୁ ରୋଗୀଙ୍କର ସ୍ବାସ୍ଥ୍ଯାବସ୍ଥା ବେଶ ସଂକଟାପନ୍ନ ରହିଥିଲା। ଫଳରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ ଆଇସିୟୁରେ ତାଙ୍କୁ ଏକମୋ ପ୍ରଦାନ କରାଯାଇଥିଲା। ତାଙ୍କର ଫୁସଫୁସ ସଂକ୍ରମିତ ହୋଇଥିବା କାରଣରୁ ତାଙ୍କୁ ଏକମୋ ଚିକିତ୍ସା ପ୍ରଦାନ କରାଯାଇଥିଲା। ତେବେ ୭୫ ଦିନ ପରେ ତାଙ୍କର ଏକମୋ ହଟାଇନିଆଯିବା ପରେ ଆଇସିୟୁରେ ଚିକିତ୍ସା ଜାରି ରହିଥିଲା। ତେବେ ଉକ୍ତ କୋରୋନା ସଂକ୍ରମିତଙ୍କ ସ୍ବାସ୍ଥ୍ୟାବସ୍ଥା ବେଶ ସଂକଟାପନ୍ନ ହୋଇ ପଡ଼ିଥିଲା। ନିମୋନିଆ ସହିତ ଡାଇବେଟିସ ରୋଗରେ ମଧ୍ୟ ପୀଡ଼ିତ ଥିଲେ ସଂକ୍ରମିତ। ଏକମୋ ଆଧୁନିକ ଚିକିତ୍ସା ପଦ୍ଧତି ଓ ଏହା ଏକ ବ୍ୟୟବହୁଳ ଚିକିତ୍ସା ପଦ୍ଧତି। ତେବେ ଏହାର ଖର୍ଚ୍ଚ ବାବଦରେ ଆମେ ରୋଗୀଙ୍କ ସମ୍ପର୍କୀୟଙ୍କ ସହିତ ଆଲୋଚନା କରିଛୁ । ପରିବାର ମଧ୍ୟ ଡାକ୍ତରଖାନାର ସେବାରେ ସନ୍ତୁଷ୍ଟ ରହିଥିଲେ ବୋଲି ଡାକ୍ତରଖାନା ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.