Take a fresh look at your lifestyle.

ବନ୍ଦ ହୋଇପାରେ ଭୋଡ଼ାଫୋନ-ଆଇଡିଆ, ଦେବାଳିଆ ହେବେ ୮ ବ୍ୟାଙ୍କ !

0 787

Get real time updates directly on you device, subscribe now.

ନୂଆଦିଲ୍ଲୀ: ଟେଲିକମ କମ୍ପାନୀ ଭୋଡ଼ାଫୋନ (Vodafone) ଓ ଆଇଡିଆ (IDEA)କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଦୁଇ ଟେଲିକମ (Telecom) କମ୍ପାନୀ ନିଜର ବ୍ୟବସାୟ ଭାରତୀୟ ବଜାରରେ ବନ୍ଦ କରିବା ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । କମ୍ପାନୀର ବ୍ୟାପକ କ୍ଷତି ଏବଂ ନୂତନ ପୁଞ୍ଜି ବିନିଯୋଗ ବନ୍ଦ ହେତୁ କମ୍ପାନୀ ପାଇଁ ସମସ୍ୟା ପାଲଟିଛି । ଏପରିକି କମ୍ପାନୀର ଅଧ୍ୟକ୍ଷ କୁମାର ମଙ୍ଗଲମ ବିର୍ଲା (Kumar Mangalam Birla) ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସମସ୍ତ ଉଦ୍ୟମ ସତ୍ତ୍ୱେ କମ୍ପାନୀର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଦେବାଳିଆ ହୋଇ ପଡ଼ିଥିବା ଏହି କମ୍ପାନୀ ବର୍ତ୍ତମାନ ବନ୍ଦ ହେବା ସ୍ଥିତିକୁ ଆସିଯାଇଛି । ଏଭଳି ସ୍ଥିତିରେ ଯଦି କମ୍ପାନୀ ବନ୍ଦ ହୋଇଯାଏ, ତା’ହେଲେ ଏହାର ପ୍ରଭାବ କମ୍ପାନୀର ୨୮ କୋଟି ଗ୍ରାହକ ପ୍ରଭାବିତ ହେବେ। ଏପରିକି ଦେଶର ୮ଟି ପ୍ରମୁଖ ବ୍ୟାଙ୍କ ମଧ୍ୟ ପ୍ରଭାବିତ ହେବାର ସମ୍ଭାବନା ରହିଛି।

  • ପ୍ରଭାବିତ ହେବେ ୨୮ କୋଟି ଗ୍ରାହକ
  • ୮ ବ୍ୟାଙ୍କରୁ ୧.୮୦ ଲକ୍ଷ କୋଟି ଋଣ
  • ବ୍ୟାଙ୍କ ପାଇଁ ସୃଷ୍ଟି ହେବ ଦେବାଳିଆ ସ୍ଥିତି
  • Representative Imageଆଇଡିଏଫସିରୁ ସର୍ବାଧିକ (ମୋଟ ଋଣର ୨.୯୦ ପ୍ରତିଶତ) ଋଣ

ଭୋଡାଫୋନ ଆଇଡିଆର ସମସ୍ୟା ବଢିବା ସହିତ ଏସବିଆଇ ସହିତ ୮ଟି ବ୍ୟାଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିବାର ସମ୍ଭାବନା ରହିଛି । କମ୍ପାନୀ ବିଭିନ୍ନ ବ୍ୟାଙ୍କରୁ ୧.୮୦ ଲକ୍ଷ କୋଟି ଟଙ୍କା ଋଣ ଆକାରରେ ନେଇଛନ୍ତି । ବିଭିନ୍ନ ଉପାୟରେ ବିଭିନ୍ନ କାରଣ ଦେଖାଇ କମ୍ପାନୀ ଏହି ଋଣ ଉଠାଇଛି । ଏଥିରେ ବ୍ୟାଙ୍କ ଏକସପୋଜର ମଧ୍ୟ ସାମିଲ ରହିଛନ୍ତି । ଯଦି ଏହି ଦୁଇଟି କମ୍ପାନୀ ବ୍ୟବସାୟ ବନ୍ଦ କରିବା ସହିତ କମ୍ପାନୀ ବନ୍ଦ ହୋଇଯାଏ, ତେବେ ବ୍ୟାଙ୍କ ଗୁଡ଼ିକ ଏକ ମୋଟା ଅଙ୍କର ଅର୍ଥରାଶି ହରାଇବାର ସମ୍ଭାବନା ସୃଷ୍ଟି ହୋଇଛି ।

ସେହିପରି ଭୋଡ଼ାଫୋନ ଆଇଡିଆ ବନ୍ଦ ହେଲେ ପ୍ରାୟ ୨୮ କୋଟି ଗ୍ରାହକ ସିଧାସଳଖ ଭାବେ ପ୍ରଭାବିତ ହେବ । ଭୋଡାଫୋନ୍ ଆଇଡିଆର ୨୮ କୋଟିର ଏକ ବୃହତ ଗ୍ରାହକ ବେସ ରହିଛି। ଯଦି କମ୍ପାନୀ ବନ୍ଦ ହୋଇଯାଏ, ତେବେ ଏହି ଗ୍ରାହକଙ୍କ ମୋବାଇଲ ନମ୍ବର ମଧ୍ୟ ବନ୍ଦ ହୋଇଯିବ । ତେବେ, ଜିଓ, ​​ଏୟାରଟେଲ ପରି ଅନ୍ୟ କମ୍ପାନୀଗୁଡିକ ଏହାର ଲାଭ ନିଶ୍ଚିତ ଭାବେ ଉଠାଇପାରିବେ। ଏହି ଗ୍ରାହକଙ୍କ ନମ୍ବରକୁ ନିଜ ଅକ୍ତିଆରକୁ ନେବାକୁ ଚାହିଁବେ ।

ତେବେ କମ୍ପାନୀର ଋଣ ପରିମାଣ ଦିନକୁ ଦିନ ବନ୍ଦ ହୋଇ ଯାଉଥିବା ବେଳେ ନିବେଶକଙ୍କ ସଂଖ୍ୟା ମଧ୍ୟ ଧିରେଧିରେ ବନ୍ଦ ହେବାରେ ଲାଗିଛି । ଫଳରେ କମ୍ପାନୀର ପରିଚାଳନା କମିଟି ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ସେପଟେ ଭୋଡାଫୋନ-ଆଇଡିଆ କମ୍ପାନୀର ଚେୟାରମ୍ୟାନ କୁମାର ମଙ୍ଗଲମ ବିର୍ଲା ସରକାରଙ୍କୁ ନିଜର ଅଂଶକୁ ବିକ୍ରି କରିବାକୁ ପ୍ରସ୍ତାବ ଦେଇଥିଲେ। ସରକାରଙ୍କ ନିକଟରୁ କୌଣସି ପ୍ରସ୍ତାବ ନ ଆସିବାରୁ ସେ ନିଜ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି । ତେବେ ବିର୍ଲାଙ୍କର ଏଭଳି ପଦକ୍ଷେପ ପରେ କମ୍ପାନୀ ବନ୍ଦ ହେବାର ଆଶଙ୍କା ବୃଦ୍ଧି ପାଇଛି । ସେପଟେ ଭୋଡାଫୋନ ଇଣ୍ଡିଆର ସିଇଓ କର୍ମଚାରୀଙ୍କୁ କହିଛନ୍ତି କି ଚିନ୍ତା କରିବାର କୌଣସି କାରଣ ନାହିଁ । ମାମଲା ଏବେ ନିୟନ୍ତ୍ରଣାଧିନ ରହିଥିବା ବେଳେ କମ୍ପାନୀ ବନ୍ଦ ହେବାର କୌଣସି ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.