Take a fresh look at your lifestyle.

Corona Vaccine: ହରିଆଣାରେ ମୃତକଙ୍କୁ ଦିଆଯାଉଛି ଟିକା !

0 542

Get real time updates directly on you device, subscribe now.

Corona Vaccine: ନୂଆଦିଲ୍ଲୀ: ଦେଶରେ କୋରୋନା ଉପରେ ନିୟନ୍ତ୍ରଣ ଆଣିବାକୁ ସରକାର ଟିକାକରଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ତେବେ ଏହି ଟିକାକରଣରେ ଏକ ବଡ଼ ଧରଣର ଘୋଟାଲା ସାମ୍ନାକୁ ଆସିଛି। ଏହି ଘୋଟାଲା ହରିଆଣାରେ ହେଉଥିବା ଦେଖିବାକୁ ମିଳିଛି। ହରିଆଣାରେ ଟିକା ଲଗାଇବା ନେଇ ଏକ ବଡ଼ ଧରଣର ଘୋଟାଲା ସାମ୍ନାକୁ ଆସିଥିବା ଜଣାପଡ଼ିଛି। ରାଜ୍ୟରେ ମୃତକ ମାନଙ୍କୁ ଦିଆଯାଉଛି କୋରୋନା ଟିକା। ଘଟଣାଟି ଘଟିଛି ହରିଆଣା ବାହାଦୁରଗଡ଼ର ଆଦର୍ଶ ନଗର ପିଏଚସିରେ।

ମିଳିଥିବା ସୂଚନା ମୁତାବକ ବାହାଦୁର ଗଡ଼ର ଆଦର୍ଶ ନଗର ବାସିନ୍ଦା ସୁମିତ୍ରା ଦେବୀଙ୍କର ଗତ ମେ ମାସ ୪ ତାରିଖରେ ଦେହାନ୍ତ ହୋଇଯାଇଥିଲା। ତେବେ ଏହା ପୁର୍ବରୁ ସେ ଏପ୍ରିଲ ମାସ ୧୩ ତାରିଖରେ କୋରୋନା ଟିକାର ପ୍ରଥମ ଡୋଜ ଆଦର୍ଶ ନଗର ପିଏଚସିରେ ନେଇଥିଲେ। କିନ୍ତୁ ମୃତ୍ୟୁର ୪ ମାସ ପରେ ତାଙ୍କୁ ପୁଣି ଥରେ କୋରୋନା ଟିକାର ଦ୍ବିତୀୟ ଡୋଜ ସେହି ଆଦର୍ଶ ନଗର ପିଏଚସିରେ ଦିଆଯାଇଛି। ଗତ ଅଗଷ୍ଟ ମାସ ୨୭ ତାରିଖରେ ସୁମିତ୍ରା ଦେବୀଙ୍କୁ ଏହି ଟିକା ଦିଆଯାଇଥିବା ନେଇ ପିଏଚସିର କୋରୋନା ଟିକକରଣ ସହ ଜଡ଼ିତ ଦସ୍ତାବିଜରୁ ଜଣାପଡ଼ିଥିଲା।

ଏପରିକି ସୁମିତ୍ରା ଦେବୀଙ୍କ ମୋବାଇଲକୁ ମେସେଜ ମଧ୍ୟ ଆସିଥିବା ଜଣାଯାଏ। କୋରୋନା ଟିକାକରଣର ଉଭୟ ଡୋଜର ସାର୍ଟିଫିକେଟ ଡାଉନ ଲୋଡ଼ କରିବାକୁ ମଧ୍ୟ ସୂଚନା ଦିଆଯାଇଛି। ଏହାକୁ ଦେଖିବା ପରେ ସୁମିତ୍ରା ଦେବୀଙ୍କ ସମ୍ପର୍କୀୟଙ୍କୁ ଏକ ପ୍ରକାର ଝଟକା ଲାଗିଥିଲା। ତେବେ ଏହି ମେସେଜ ଦେଖିବାକୁ ପରେ ସୁମିତ୍ରା ଦେବୀଙ୍କ ସମ୍ପର୍କୀୟମାନେ ଆଧାର କାର୍ଡର ବୁଲ ବ୍ୟବହାର ନେଇ ଆଶଙ୍କା ପ୍ରକାଶ କରିଥିଲେ। ସୁମିତ୍ରା ଦେବୀଙ୍କ ପୁଅ ଯୋଗେଶ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ଦୋଷାରୋପ କରିଛନ୍ତି। ଏହାର ତଦନ୍ତ ହେବା ନେଇ ସେ ଦାବି କରିଛନ୍ତି। ନିଜ ମା’ଙ୍କ ନାମରେ ଆସିଥିବା ଏହି ସାର୍ଟିଫିକେଟକୁ ବାତିଲ କରିବା ସହିତ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଗେଶ ଦାବି କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.