Take a fresh look at your lifestyle.

Dharmendra Pradhan letter to AP CM: ଧର୍ମେନ୍ଦ୍ରଙ୍କ ଚିଠିରେ ଜଗନ ମୋହନଙ୍କ ପାଇଁ କଣ ରହିଛି ବାର୍ତ୍ତା, ପଢନ୍ତୁ…

0 916

Get real time updates directly on you device, subscribe now.

Dharmendra Pradhan letter to AP CM: ନୂଆଦିଲ୍ଲୀ: ପଡ଼ୋଶୀ ଆନ୍ଧ୍ରପ୍ରଦେଶର ସହିତ ଓଡ଼ିଶାର ସୀମା ବିବାଦ ଦିନକୁ ଦିନ ଉଗ୍ରରୂପ ନେବାରେ ଲାଗିଛି। ବାରମ୍ବାର ପଡ଼ୋଶୀ ଆନ୍ଧ୍ରର ଅଧିକାରୀ, ନେତା ପ୍ରମୁଖ ଓଡ଼ିଶା ମାଟିରେ ଧସେଇ ପଶୁଛନ୍ତି। ଏପରିକି ଓଡ଼ିଶାର ଲୋକ, ପ୍ରଶାସନିକ ଅଧିକାରୀ ଓ ନେତୃବୃନ୍ଦଙ୍କୁ ଖୋଲାଖୋଲି ଧମକ ମଧ୍ୟ ଦେଉଥିବା ଦେଖିବାକୁ ମିଳିଛି । ଏପରିକି ବିଭିନ୍ନ ପ୍ରକାର ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଉଛି। କିନ୍ତୁ ରାଜ୍ୟ ସରକାର ଏକ ପ୍ରକାର ନିଦାବିଷ୍ଣୁ ସାଜିଥିବା ଦେଖିବାକୁ ମିଳିଛି। ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଆଜି ଏନେଇ ମୁଁହ ଖୋଲିଛନ୍ତି। ସୀମା ବିବାଦକୁ ନେଇ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କୁ ଚିଠି ଲେଖିଛନ୍ତି।

ଶ୍ରୀ ପ୍ରଧାନ ଏହି ମାମଲାରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବା ପାଇଁ ଜଗନ ମୋହନ ରେଡ୍ଡୀଙ୍କୁ ପତ୍ରରେ ଉଲ୍ଲେଖ କରିଛନ୍ତି। ଓଡ଼ିଶାବାସୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଉଭୟ ଆନ୍ଧ୍ର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା କରିବାକୁ ପ୍ରସ୍ତାବ ରଖିଛନ୍ତି। ଏହା ସହିତ ଉଭୟ ରାଜ୍ୟର ମୁଖ୍ୟ ଶାସନ ସଚିବ କିମ୍ୱା ଉନ୍ନୟନ କମିଶନରଙ୍କ ସ୍ତରରେ ଯୁଗ୍ମ କାର୍ଯ୍ୟକାରୀ କମିଟି ଗଠନ କରିବା ସହ ୪ଟି ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ପଟ୍ଟାଙ୍ଗୀରୁ ଆରମ୍ଭ ହୋଇଥିବା ଏହି ବିବାଦ ଧୀରେଧୀରେ ରାଜ୍ୟର ସୀମାବର୍ତ୍ତି ଜିଲ୍ଲା ଗଜପତିକୁ ମଧ୍ୟ ବ୍ୟାପିଲାଣି। ଏହା ଦ୍ବାରା ଆନ୍ତରାଜ୍ୟ ସୀମା ବିବାଦ ସୃଷ୍ଟି ହେଉଛି। ଏହି ବିବାଦ ନିଶ୍ଚିତ ରୂପେ ଚିନ୍ତାଜନକ। ସେହିପରି ଏହି ବିବାଦ କାରଣରୁ ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ବିକାଶରେ ମଧ୍ଯ ବାଧା ସୃଷ୍ଟି ହେଉଛି। ତେବେ ଏହି ବିବାବର ସମାଧାନ ସମୟ ସାପେକ୍ଷ ହୋଇଥିଲେ ହେଁ ଆପୋଷ ବୁଝାମଣା, ତଥା ସହଯୋଗ, ପରିପକ୍ବ ରାଜନୈତିକ ବ୍ୟକ୍ତିବିଶେଷଙ୍କ ହସ୍ତକ୍ଷେପ ଫଳରେ ସମାଧାନ ସମ୍ଭବ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି।

 

Get real time updates directly on you device, subscribe now.

Leave A Reply

Your email address will not be published.