Take a fresh look at your lifestyle.

Mamita Mehera Case: ଆଖୁବାଡ଼ିରେ ଲୁଚିଥିଲା ଗୋବିନ୍ଦ, ମାଡ଼ି ବସିଲା ପୁଲିସ

0 383

Get real time updates directly on you device, subscribe now.

Mamita Mehera Case: କଳାହାଣ୍ଡି: କଳାହାଣ୍ଡି ପୋଲିସ ପାଇଁ ମୋଷ୍ଟ ଓ୍ଵାଣ୍ଟେଡ୍‌ ଗୋବିନ୍ଦ ସାହୁକୁ ଗିରଫ କରିଛି ପୋଲିସ। ଗୋବିନ୍ଦକୁ ବୁଢିପଦର ଅଞ୍ଚଳରୁ ଗିରଫ କରିଛି ପୋଲିସ। ମଙ୍ଗଳବାର ସନ୍ଧ୍ୟାରେ ବୁଢିପଦର ଅଞ୍ଚଳର ଏକ ଆଖୁବାଡ଼ିରେ ଲୁଚିଥିବା ଅବସ୍ଥାରେ ତାକୁ ଗିରଫ କରିଛି ପୁଲିସ। କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ୍‌ ପବ୍ଲିକ ସ୍କୁଲ ମାଲିକ ଗୋବିନ୍ଦ ମମିତା ମୃତ୍ୟୁ ମାମଲାରେ ମୁଖ୍ୟ ଅଭିଯୁକ୍ତ ଦର୍ଶାଇଛି ପୋଲିସ। ତାଙ୍କୁ ପଚରାଉଚରା ପାଇଁ ଟିଟିଲାଗଡ ଥାନା ପୋଲିସ ବାରାକରେ ରଖାଯାଇଥିବା ବେଳେ ଫେରାର୍‌ ହୋଇଛନ୍ତି ଗୋବିନ୍ଦ । ତେବେ ଗିରଫ ପାଇଁ ପୁଲିସ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାକୁ ପାଇନଥିଲା। ତାଙ୍କ ସମ୍ପର୍କରେ ସୂଚନା ଦେଲେ କିମ୍ବା ଧରାଇଦେଲେ ୧ଲକ୍ଷ ଟଙ୍କା ପୁରସ୍କାର ମିଳିବ । ପ୍ରଥମେ ୨୦ ହଜାର ଟଙ୍କା ପୁରସ୍କାର ରାଶି ଥିବାବେଳେ ପରେ ଏହାକୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର । ବଲାଙ୍ଗିର ଏସପିଙ୍କୁ ଯୋଗାଯୋଗ ପାଇଁ ଜାରି ହୋଇଛି ଏକ ମୋବାଇଲ୍‌ ନମ୍ବର । ବିଭିନ୍ନ ସ୍ଥାନରେ ଗୋବିନ୍ଦଙ୍କ ପୋଷ୍ଟର ମାରିଛି ପୋଲିସ । ମମିତା ମେହେର ନିଖୋଜ ମାମଲାରେ ଗୋବିନ୍ଦ ସାହୁଙ୍କ ନାଁରେ ଅଭିଯୋଗ ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.