Take a fresh look at your lifestyle.

Puri Drowned Case: ପୁରୀ ବେଳାଭୂମୀରେ ବୁଡ଼ିଗଲେ ଦୁଇଜଣ। ଜଣେ ମୃତ, ଜଣେ ନିଖୋଜ

0 462

Get real time updates directly on you device, subscribe now.

Puri Drowned Case: ପୁରୀ: ସମୁଦ୍ରରେ ବୁଡ଼ି ନିଖୋଜ ହୋଇ ଯାଇଛନ୍ତି ଦୁଇ ଜଣ ପର୍ଯ୍ୟଟକ। ଗଭୀର ସମୂଦ୍ର ମଧ୍ୟକୁ ଭାସିଯିବାରୁ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ସୂଚନା ମିଳିଛି। ମୃତକ ଜଣକ ହେଉଛନ୍ତି ପଶ୍ଚିମବଙ୍ଗର ୧୬ ବର୍ଷୀୟ ଅନୁପମ ମଣ୍ଡଳ। ସେହିପରି ନିଖୋଜ ହୋଇଯାଇଥିବା ପର୍ଯ୍ୟଟକ ମଧ୍ୟ ପଶ୍ଚିମବଙ୍ଗରୁ ଆସିଥିଲେ ଓ ସେ ୨୧ ବର୍ଷୀୟ ସଞ୍ଜୁ ଭଟ୍ଟାଚାର୍ଯ୍ୟ। ସଞ୍ଜୁ ଚକ୍ରତୀର୍ଥ ରୋଡସ୍ଥିତ ପିଙ୍କ ହାଉସ ସମ୍ମୁଖରେ ବେଳାଭୂମୀରେ ସ୍ନାନ କରିବା ସମୟରେ ସମୁଦ୍ରରେ ବୁଡ଼ି ଯାଇଥିଲେ।

ବୁଡ଼ିଯିବା ପରେ ସେ ଗଭୀର ସମୁଦ୍ର ମଧ୍ୟକୁ ଭାସି ଯାଇଥିଲେ। ତେବେ ଶେଷ ଖବର ସୁଦ୍ଧା ସ୍ଥାନୀୟ ଲାଇପ ଗାର୍ଡ ଓ ଅଗ୍ନିଶମ ବିଭାଗ ପକ୍ଷରୁ ତାଙ୍କୁ ଖୋଜାଖୋଜି ଜାରି ରହିଥିଲା। ସେହିପରି ୧୬ ବର୍ଷୀୟ ଅନୁପମ ମଣ୍ଡଳ ହୋଟେଲ କାମେଲିଆ ବେଳାଭୁମି ସମ୍ମୁଖରେ ଗାଧୋଉଥିବା ବେଳ ଭାସି ଯାଇଥିଲେ। ପରେ ଖୋଜାଖୋଜି କରିବାରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ମୃତଦେହକୁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

Get real time updates directly on you device, subscribe now.

Leave A Reply

Your email address will not be published.