Take a fresh look at your lifestyle.

କୁମ୍ଭୀର ମାଂସ ଖାଇଥାନ୍ତି ଏହି ଅଭିନେତା, ଅମିତାଭଙ୍କୁ ପସନ୍ଦ ଭେଜ ଡିସ

0 1,499

Get real time updates directly on you device, subscribe now.

ଆପଣମାନେ ସାଧାରଣ ଜୀବନରେ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଖାଦ୍ୟ ଖାଇବାକୁ ବହୁତ ପସନ୍ଦ କରନ୍ତି। ସମସ୍ତଙ୍କର ନିଶ୍ଚିତ ଭାବରେ କିଛି ପ୍ରିୟ ଖାଦ୍ୟ ଅଛି, ଯାହାକୁ ସେମାନେ ବହୁତ ଖାଇବାକୁ ପସନ୍ଦ କରନ୍ତି । ସାଧାରଣ ଲୋକଙ୍କ ପରି ବଲିଉଡ ତାରକାମାନେ ମଧ୍ୟ ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । ଆଜି ଆମେ ଆପଣଙ୍କୁ ଆପଣଙ୍କ ପ୍ରିୟ ଅଭିନେତା/ଅଭିନେତ୍ରୀଙ୍କ ପ୍ରିୟ ଖାଦ୍ୟ ବିଷୟରେ କହିବୁ…

Sonam Kapoor


ଅଭିନେତ୍ରୀ ସୋନମ କପୁର ଖାଇବାକୁ ବହୁତ ପସନ୍ଦ କରିଥାନ୍ତି । କିନ୍ତୁ ତାଙ୍କୁ ଘର ଖାଦ୍ୟ ଅପେକ୍ଷା ଷ୍ଟ୍ରୀଟ ଫୁଡ଼ ଅଧିକ ପସନ୍ଦ । ଫୁଟପାଥ ତଥା ରାସ୍ତା କଡ଼ରେ ମିଳୁଥିବା ଚାଟ, ପାଓଭାଜି ଭଳି ଖାଦ୍ୟ ସୋନମଙ୍କ ବହୁତ ପସନ୍ଦ ।

Karina Kapoor


ବଲିଉଡ଼ ବେବୋ କରିନାଙ୍କୁ ମଧ୍ୟ ଖାଇବାକୁ ବହୁତ ପସନ୍ଦ । ସେ ଘରେ ପ୍ରସ୍ତୁତ ହୋଇଥିବା ଭାତ ଓ ଡାଲି ଖାଇବାକୁ ପସନ୍ଦ କରନ୍ତି । ଏପରିକି ଘରେ ଥିବା ସମୟରେ ସେ ଏହାକୁ ନିଜ ହାତରେ ପ୍ରସ୍ତୁତ କରିଥାନ୍ତି ଓ ଖାଇଥାନ୍ତି ମଧ୍ୟ ।

Alia Bhat


ଚୁଲବୁଲି ଆଲିଆଙ୍କୁ ଇଣ୍ଡିଆନ ଫୁଡସ ପସନ୍ଦ । ଏହା ମଧ୍ୟରେ ରସଗୋଲା ଓ ଗୁଲାବ ଜାମୁନ ଅଧିକ ପସନ୍ଦ । ଏହା ସହିତ ସେ ଚାଇନିଜ ଫୁଡ ଓ ଗୁଜୁରାଟି ଫୁଡ଼ ଖାଇବାକୁ ମଧ୍ୟ ପସନ୍ଦ କରିଥାନ୍ତି ।

Sahid Kapoor


ଶାହିଦ କପୁର ରାଜମା ଚାଓ୍ବଲ ଖାଇବାକୁ ପସନ୍ଦ କରିଥାନ୍ତି ।

Ranbir Kapoor

ରଣବୀର କପୁରଙ୍କ ଖାଇବା ସମ୍ପର୍କରେ ଯଦି କୁହାଯାଏ, ତେବେ ତାଙ୍କର ଫେବରିଟ ଡିସ ଅନ୍ୟମାନଙ୍କ ଠାରୁ ସାମାନ୍ୟ ଭିନ୍ନ । ରଣବୀରଙ୍କୁ କୁମ୍ଭୀର ମାଂସ ଖାଇବାକୁ ବହୁତ ପସନ୍ଦ ଆସିଥାଏ । ଏକଥା ଆମେ କହୁନାହୁଁ । ସେ ନିଜେ ଏକ ସାକ୍ଷାତକାର ଦେବା ସମୟରେ କହିଥିଲେ ।

Saharukh Khan


କିଙ୍ଗ ଖାନ ଶାହରୁଖ ଖାନଙ୍କ ସମ୍ପର୍କରେ ଜାଣିବା ପାଇଁ ତାଙ୍କର ପ୍ରଶଂସକମାନେ ବେଶ ଉତ୍ସାହିତ ଥାନ୍ତି । ଶାହରୁଖଙ୍କୁ ଇଣ୍ଡିଆନ ଫୁଡ଼ ଖାଇବାକୁ ବେଶ ପସନ୍ଦ ଆସିଥାଏ । ବିଶେଷ କରି ତନ୍ଦୁରୀ ଚିକେନ ଶାହରୁଖଙ୍କ ଫେଭରିଟ ଡିସ ।

Akshya Kumar


ଖିଲାଡ଼ି ଅକ୍ଷୟ କୁମାର ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବେଶ ସଚେତନ ଥାଆନ୍ତି। ଯେଉଁଥିପାଇଁ ସେ କେବଳ ପନିପରିବା, ନିରାମିଷ ଖାଇବାକୁ ପସନ୍ଦ କରନ୍ତି।

Salman Khan


ବଲିଉଡର ଦବଙ୍ଗ ଭାଇଜାନ ସଲମାନଙ୍କ ଖାଦ୍ୟ ବିଷୟରେ ତାଙ୍କ ପ୍ରଶଂସକମାନେ ଜାଣିବାକୁ ଆଗ୍ରହୀ। ସଲମାନ ତାଙ୍କ ମାଆଙ୍କ ଦ୍ୱାରା ପ୍ରସ୍ତୁତ ଚିକେନ୍ ଖାଇବାକୁ ଭଲ ପାଆନ୍ତି ।

Amitabh Bachhan


ଯଦି ଆପଣ ବିଗ୍-ବି ମଧ୍ୟ ସ୍ବାସ୍ଥ୍ୟ ପ୍ରତି ବେଶ ସଚେତନ ଥାଆନ୍ତି । ସେ ଘରେ ପ୍ରସ୍ତୁତ ସାଧାସିଧା ଖାଦ୍ଯ ଖାଇବାକୁ ବେଶ ପସନ୍ଦ କରିଥାନ୍ତି ।ତାଙ୍କର ଖାଇବା ଥାଳିରେ କ୍ଷୀର, ଅଣ୍ଡା ଭୁଜିଆ, ମସୁର ଡାଲି, ରୋଟି, ଚାଉଳ ଏବଂ ପନିପରିବାରେ ପ୍ରସ୍ତୁ ତରକାରୀ ସାମିଲ ଥାଏ ।

Get real time updates directly on you device, subscribe now.

Leave A Reply

Your email address will not be published.