Take a fresh look at your lifestyle.

ପୁଲିସ –ଜରଡ଼ା ଗ୍ରାମବାସୀ ମୁହାଁମୁହିଁ

ଜୋରଜବରଦସ୍ତ ଖଣି ସମ୍ପ୍ରସାରଣକୁ ବିରୋଧ

0 872

Get real time updates directly on you device, subscribe now.

କଣିହାଁ (ଯୁଗଳ କିଶୋର ସାହୁ): ମିଛୁଆ ଏମସିଏଲର ଆଉ ଏକ ଚାଲ ଆଜି ଫସରଫାଟିଛି । ପୁଲିସ ଲଗାଇ କ୍ଷତିଗସ୍ତ ଜରଡ଼ା ଗ୍ରାମବାସୀଙ୍କୁ ଅଜାଣତରେ ମାଟି ଖୋଳୁଥିବାବେଳେ ଗ୍ରାମବାସୀ ଓ ପୁଲିସ ମଧ୍ୟରେ ବୁଧବାର ମୁହାଁମୁହିଁ ପରିସ୍ଥିତି ହୋଇଛି । ପୁଲିସ ଏହି ଘଟଣାରେ ୬୦ ଜଣକୁ ଗିରଫ କରିଥିବା କୁହାଯାଇଛି । ଏହି ଘଟଣା ପରେ ଗାଁରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ୪ ପ୍ଲାଟୁନ ଫୋର୍ସ ମୃତୟନ ହୋଇଛନ୍ତି।

ପ୍ରକାଶ ଯେ, କଣିହାଁ ବ୍ଲକ ଜରଡ଼ା ଗ୍ରାମର ବସ୍ତି ଠାରୁ ୨୦୦ ମିଟର ଦୂରରେ ଖଣି ଖୋଳା ଚାଲିଛି । ତେବେ ଏମସିଏଲ ପକ୍ଷ ମାତ୍ର ୬୦ ମିଟର ରଖି ବାକି ଜମି କାଟିବା ପାଇଁ ଆସିଥିବା ବେଳେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । କେବଳ ଆଜିର ଘଟଣା ନୁହେଁ ଏମସିଏଲ ପୂର୍ବରୁ ମଧ୍ୟ ଏହିପରି ବାରମ୍ବାର କାଟି ଆସୁଥିବାବେଳେ ଦେଇଥିବା ପ୍ରତିଶୁତି ପୂରଣ କରିନଥିବାରୁ ଗ୍ରାମବାସୀ ଖଣି ସମ୍ପ୍ରସାରଣକୁ ବିରୋଧ କରରୁଛନ୍ତି । ଗାଁ ସୀମା ଠାରୁ ୬୦ ମିଟରକୁ ବାଦ ଦେଇ ଅନ୍ୟ ଜାଗାରେ ସମ୍ପ୍ରସାରଣ କରିବା ପାଇଁ ଗ୍ରାମବାସୀ, ଏମସିଏଲ ଏବଂ ପ୍ରଶାସନିକ ଅଧିକାରୀଙ୍କୁ ନେଇ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ନିସ୍ପତ୍ତି ହେଇଥିଲା।

ଏହା ପ୍ରତିବଦଳରେ ଗ୍ରାମବାସୀଙ୍କୁ ପ୍ରସ୍ଥାବିତ ପଥରମୁଣ୍ଡା ଜମିଜମାରେ ଅବସ୍ଥାନ କରିବା ପାଇଁ ଏମସିଏଲ ପ୍ରତିଶ୍ରୁତି ଦେଇଥିଲା । ମାତ୍ର ଦିନ ପରେ ଦିନ ଗଡ଼ି ଚାଲିଥିଲେ ମଧ୍ୟ ଏମସିଏଲ୍ ଦେଇଥିବା ପ୍ରତିଶ୍ରୁତି ପାଳନ କରୁନାହିଁ । ଏ ନେଇ ୧୫ ଦିନ ହେଲା ଗ୍ରାମବାସୀ ଖଣି ସମ୍ପ୍ରସାରଣକୁ ବିରୋଧ କରି ଆସୁଥିଲେ । ଏହାମଧ୍ୟରେ ତାଳଚେର ଉପଜିଲ୍ଲାପାଳଙ୍କ ଅକ୍ଷତାରେ ଗତ ୩ ତାରିଖରେ କଣିହାଁ ଓସିପି କାର୍ଯ୍ୟାଳୟଠାରେ ଏକ ବୈଠକ ବସିଥିଲା ଓ ପରବର୍ତ୍ତୀ ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏଭଳି ଦୁଇ ଦୁଇ ଥର ବୈଠକ ବସିଥିଲେ ମଧ୍ୟ କୌଣସି ସମାଧାନ ହୋଇପାରିନଥିଲା । ତେବେ ଏମସିଏଲ ଆଜି ପୁଲିସ ପ୍ରଶାସନ ଲଗାଇ ଜୋରବରଦସ୍ତ ଗ୍ରାମର ଯାତ୍ରାପଦା ସାହି ପୋଖରୀ ଆଡ଼କୁ ଅଗ୍ରସର ହେଉଥିବାବେଳେ ଗ୍ରାମର ଶହ ଶହ ପୁରୁଷ ଏବଂ ମହିଳା ଏହାକୁ ବିରୋଧ କରିଥିଲେ । ଫଳରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ରୂପ ନେଇଥିଲା ।

ଗ୍ରାମ ପାଖରେ ଖଣି ବ୍ଲାଷ୍ଟିଙ୍ଗ ଯୋଗୁଁ ଘରେ ରହିବା ସମ୍ଭବପର ହେଉନାହିଁ, ଶବ୍ଦ ପଦକ୍ଷଣ, ଜଳ ପ୍ରଦୂଷଣ ଏବଂ ବାୟୁ ପ୍ରଦୂଷଣ ଯୋଗୁଁ ଗ୍ରାମବାସୀ ହୀନସ୍ତା ଭୋଗୁଛନ୍ତି । ଫଳରେ ଲୋକଙ୍କର ଦୈନଦିନ ଜୀବନ ଉପରେ ଏହାର ନକରାତ୍ମକ ବିପ୍ରଭାବ ପଢୁଛି । ଆପଣଙ୍କୁ ପ୍ରସ୍ତାବିତ ପଥରମୁଣ୍ଡା ଜାଗାରେ ହିତାଧିକାରୀଙ୍କୁ ପ୍ଲଟ ପ୍ରଦାନ, ଦ୍ବିତୀୟ ପର୍ଯ୍ୟାୟରେ ଜମି, ଘର, ଗଛ ଆଦିର କ୍ଷତିପୂରଣ ରାଶି ପ୍ରଦାନ, ପ୍ରଥମ ପର୍ଯ୍ୟାୟରେ ବାକିଥିବା ଯୋଗ୍ୟଙ୍କୁ ନିଯୁକ୍ତି, ଆବେଦନ କରିଥିବା ହିତାଧିକାରୀଙ୍କୁ ୧୬ ଲକ୍ଷ ଟଙ୍କା ପ୍ରଦାନ ଆଦି ଦାବି ପୂରଣ ନହେବାରୁ ଆଜି ବିରୋଧ କରିବାଥିବା ଗ୍ରାମ ସଭାପତି ପାଣ୍ଡବ କୁମାର ସାହୁ ପ୍ରକାଶ କରିଛନ୍ତି । ମାଜିଷ୍ଟ୍ରେଟରେ କଣିହାଁ ତହସିଲଦାର ପତିତପାବନ ଦେବତା, ଅତିରିକ୍ତ ତହସିଲଦାର ରବିନ୍ଦ୍ର କୁମାର ସାମଲ, ପାଳଲହଡ଼ା ଏସଡିପିଓ, ଥାନା ଆଇଆଇସି ରାଜେନ୍ଦ୍ର ନାରାୟଣ ପଟନାୟକ ପ୍ରମୁଖ ପରିସ୍ଥିତି ଉପରେ ନଜର ର ରଖିଛନ୍ତି ।

ଏହି ଘଟଣାରେ ଯଶୋଦା ବେହେରା (୫୦) ଗୁରୁତର ଆହତ ହୋଇଥିବାରୁ ତାଙ୍କୁ କଣିହାଁ ସିଏଚସିରେ ଭର୍ତି କରାଯାଇଛି । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଛି । ଅନ୍ୟପକ୍ଷରେ ଜରଡ଼ା ଗ୍ରାମବାସୀ ଖଣି ସଂପ୍ରସାରଣ କାର୍ଯ୍ୟକୁ ବେଆଇନ ଭାବେ ବିରୋଧ କରୁଥିବା ନେଇ ଗତ ୫ ତାରିଖରେ ପ୍ରକଳ୍ପ ଅଧିକାରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୧୧ ଜଣଙ୍କ ନାମରେ ମାମଲା ଗୁରୁ କରି ପରିସ୍ଥିତି ଉପରେ ନଜର ରକହିଥିଲା । ଏନେଇ ଗ୍ରାମବାସୀ ରାଜ୍ୟ ସରକାର, ପୁଲିସ ଓ ପ୍ରଶାସନର ଅପାରଗତାକୁ ଦାୟୀ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.