Take a fresh look at your lifestyle.

ନବରଙ୍ଗପୁର ଜିଲ୍ଲାରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

0 729

Get real time updates directly on you device, subscribe now.

ଭୁବନେଶ୍ୱର: ନକଟିଗୁଡା ଆଞ୍ଚଳିକ ସାଧନ କେନ୍ଦ୍ର ରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଞ୍ଚଳିକ ସାଧନ କେଦ୍ର ସଂଯୋଜକ ଜେମସ ବେନ୍ୟା ତାଙ୍କର ଶିକ୍ଷକ ବନ୍ଧୁ ଓ ପିରାମଲ ଫାଉଣ୍ଡେସନ ର ଶୁଭସ୍ମିତା ସୂତ୍ରଧର ଙ୍କ ସହ ମିଳିତ ସହଯୋଗ ରେ ଏହି କାର୍ଯ୍ୟକ୍ରମ ର ଆୟୋଜନ କରିଥିଲେ। କାର୍ଯ୍ୟକ୍ରମ ରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ବୀରେନ୍ଦ୍ର କୁମାର ପାଢୀ ମହୋଦୟ ଓ ନକଟିଗୁଡା ପଞ୍ଚାୟତର ସରପଞ୍ଚ ମୋହଦୟା ଯୋଗଦେଇ ଶିଶୁ ମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ ଓ ସଫଳତା କାମନା କରିଥିଲେ। ବିଇଓ ନିଜର କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ବି କୁନି କୁନି ପିଲା ମାନଙ୍କର ଗହଣରେ ରହିବାକୁ ବହୁତ ଖୁସି ପାଆନ୍ତି ବୋଲି ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ Betajharan HS, GUPS, GUPS JHADKUSUMI, GUPS NAKTIGUDA, NILADRIGUDA GUPS , PUNJIGUDA GPS And Minja GPS ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତା ମାନଙ୍କରେ ଯୋଗଦାନ କରି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ। ଗ୍ରାମବାସୀ ତଥା SMC member ମାନଙ୍କର ସହଯୋଗ ମଧ୍ୟ ଉଲେଖାଯୋଗ୍ୟ ଅଟେ।

Get real time updates directly on you device, subscribe now.

Leave A Reply

Your email address will not be published.