Take a fresh look at your lifestyle.

ଆଉ ଏକ ପଦକ ଆଶା ଦେଲେ ନୀରଜ, ପ୍ରଥମ ପ୍ରୟାସରେ ଫାଇନାଲରେ ପ୍ରବେଶ

0 810

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆଉ ଏକ ପଦକ ଆଶା ଦେଇଛନ୍ତି ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା । ନିଜର ପ୍ରଥମ ପ୍ରୟାସରେ ହିଁ ସେ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲକୁ ଯୋଗ୍ଯତା ହାସଲ କରିଛନ୍ତି । ନୀରଜ ତାଙ୍କର ପ୍ରଥମ ଥ୍ରୋରେ ହିଁ ରେକର୍ଡ କରିଥିଲେ । ସର୍ବାଧିକ ୮୬.୬୫ ମିଟର ଥ୍ରୋ କରି ଗ୍ରୁପ ଏର ଶୀର୍ଷରେ ରହିବା ସହିତ ଫାଇନାଲକୁ ଯୋଗ୍ୟତା ହାସଲ କରିଛନ୍ତି ।

ଅଧିକ ପଢନ୍ତୁ: କାଂସ୍ୟ ଲକ୍ଷ୍ଯରେ ଭାରତ

ସୂଚନା ଯୋଗ୍ୟ ଏହି ଇଭେଣ୍ଟରେ ଫାଇନାଲ ପାଇଁ ୮୩.୫୦ ମିଟର ଧାର୍ଯ୍ୟ କରାଯାଇଥିଲା । ତେବେ ଏହି ଧାର୍ଯ୍ୟ ଲକ୍ଷ୍ୟକୁ ସହଜରେ ହାସଲ କରିନେଇଥିଲେ ନୀରଜ । ଅଲମ୍ପିକ୍ସରେ ପ୍ରଥମ ଥର ପାଇଁ ଭାଗ ନେଇଥିବା ନୀରଜ ଅଳ୍ପ ସମୟ ମଧ୍ୟରେ ଏହା ହାସଲ କରିନେଇଥିଲେ । ତେବେ ଏହି ଇଭେଣ୍ଟରେ ମୋଟ ୧୨ ଜଣ ଖେଳାଳି ଫାଇନାଲକୁ ଯିବେ । ଆସନ୍ତା ୭ ତାରିଖରେ ଫାଇନାଲ ଅନୁଷ୍ଠିତ ହେବ । ତେବେ ଗ୍ରୁପ ବିରେ ଥିବା ଶିବପାଲ ସିଂ ଯୋଗ୍ୟତା ପର୍ଯ୍ୟାୟରେ ନିରାଶ ହୋଇଛନ୍ତି । ସେ ମାତ୍ର ୭୬.୪୦ ମିଟର ଥ୍ରୋ କରି ଫାଇନାଲରୁ ବଞ୍ଚିତ ହୋଇଛନ୍ତି ।

ସୂଚନାଯୋଗ୍ୟ ପୂର୍ବରୁ ନୀରଜ ଏସିଆନ୍ ଗେମ୍ସ, କମନୱେଲଥ ଗେମ୍ସ, ଏସିଆନ୍ ଚାମ୍ପିଅନ୍ସିପ୍, ସାଉଥ ଏସିଆନ୍ ଗେମ୍, ୱାଲ୍ଡ ଜୁନିଅର ଚାମ୍ପିଅନସିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.