Take a fresh look at your lifestyle.

କାନ୍ଥରେ ଝୁଲୁଛି କି ବନ୍ଦ ଘଣ୍ଟା, ଆପଣଙ୍କୁ ପଡ଼ିପାରେ ମହଙ୍ଗା

0 786

Get real time updates directly on you device, subscribe now.

ନୂଆଦିଲ୍ଲୀ: ମନୁଷ୍ୟ ଜୀବନ ଉପରେ ଶୁଭ ଏବଂ ଅଶୁଭ ପ୍ରଭାବ ପକାଉଥିବା ସ୍ଥିତି ଉପରେ ବାସ୍ତୁଶାସ୍ତ୍ରରେ ବିସ୍ତାର ଭାବେ ଉଲ୍ଲେଖ ରହିଛି । ଫଳିତ ବାସ୍ତୁରେ କୁହାଯାଇଛି ଯେ, ଯଦି ଆପଣଙ୍କ ଘରେ ବନ୍ଦ ହୋଇଯାଇଥିବା ବା ଭାଙ୍ଗିଯାଇଥିବା କାନ୍ଥ ଘଣ୍ଟା ଅଛି ତେବେ ଆପଣଙ୍କ ଦୁର୍ଭାଗ୍ୟ ଆରମ୍ଭ ହୋଇଯିବ। ଯଦି ଆପଣ ଏହି ସବୁ କଥା ଉପରେ ଧ୍ୟାନ ରଖିବେ ତେବେ ଏହି ଦୁର୍ଭାଗ୍ୟକୁ ଏଡାଇପାରିବେ।

ଘରେ ବନ୍ଦ ହୋଇଯାଇଥିବା ଅଥବା ଭାଙ୍ଗି ଯାଇଥିବା ଘଣ୍ଟା ଲଗାନ୍ତୁ ନାହିଁ । ଏହାଦ୍ବାରା ଘର ଉପରେ ସକରାତ୍ମକ ପ୍ରଭାବ କମ୍ ପଡିଥିବା ବେଳେ ନକରାତ୍ମକ ପ୍ରଭାବ ଅଧିକ ପଡିଥାଏ। ଏଥିଯୋଗୁଁ ଆପଣଙ୍କ ଦୁର୍ଭାଗ୍ୟ ଆରମ୍ଭ ମଧ୍ୟ ହୋଇପାରେ।

ଘରର ମୁଖ୍ୟ ଦ୍ବାର ଉପରେ ମଧ୍ୟ ଘଣ୍ଟା ଲଗାନ୍ତୁ ନାହିଁ। ଏହା ଫଳରେ ଘର ବାହାରେ ଥିବା ନକରାତ୍ମକ ଶକ୍ତିର ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିପାରେ ଏବଂ ଆପଣଙ୍କ ଘରେ ଅଶାନ୍ତି ବୃଦ୍ଧି ପାଇପାରେ।

ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ ଯମରାଜ ବାସ କରିଥାନ୍ତି। ଏହି ଦିଗକୁ ମଧ୍ୟ ନିଶ୍ଚଳର ପ୍ରତୀକ ବୋଲି ଧରାଯାଇଥାଏ। ଏହି ଦିଗରେ ଘଣ୍ଟା ଲଗାଇବା ଦ୍ବାରା ଆପଣଙ୍କ ଶୁଭ ସମୟ ନିଶ୍ଚଳ ହୋଇଯାଏ ଏବଂ ଆପଣଙ୍କୁ ସଫଳତା ମିଳିନଥାଏ।

ଘରର ଦକ୍ଷିଣ ଦିଗ ଘରର ମୁରବିଙ୍କ ଦିଗ ବୋଲି ଧରାଯାଇଥାଏ । ଏଥିପାଇଁ ଏହି ଦିଗରେ ଘଣ୍ଟା ଲଗାଇବା ଦ୍ବାରା ଘରର ମୁଖିଆଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିପାରେ।

କାନ୍ଥ ଘଣ୍ଟାକୁ ଘରର ପୂର୍ବ, ପଶ୍ଚିମ ଅଥବା ଉତ୍ତର ଦିଗରେ ଲଗାଇବା ଦ୍ବାରା ଶୁଭ ଫଳ ମିଳିଥାଏ। ପୂର୍ବ ଦିଗରେ ଲଗାଯାଇଥିବା ଘଣ୍ଟା ଘରର ପରିବେଶକୁ ଭଲ ରଖିଥାଏ। ପଶ୍ଚିମ ଦିଗରେ ଘଣ୍ଟା ଲଗାଇବା ଦ୍ବାରା ଘରର ସଦସ୍ୟଙ୍କୁ ନୂଆ ସୁଯୋଗ ମିଳିଥାଏ। ଉତ୍ତର ଦିଗରେ ଲଗାଯାଇଥିବା ଘଣ୍ଟା ଘରକୁ ଆର୍ଥିକ କ୍ଷତିକୁ ରକ୍ଷା କରିଥାଏ।

Get real time updates directly on you device, subscribe now.

Leave A Reply

Your email address will not be published.