Take a fresh look at your lifestyle.

ବାହାଘରରେ କନ୍ୟା କଲେ ଏପରି କାମ, ସୋସିଆଲ ମିଡ଼ିଆରେ ହେଲେ ଟ୍ରୋଲ

0 672

Get real time updates directly on you device, subscribe now.

ନୂଆଦିଲ୍ଲୀ: ସମୟ ବହୁତ ବଦଳିଛି ଏଥିରେ କୌଣସି ସନ୍ଦେହ ନାହିଁ। ଏହା ସହିତ ଲୋକଙ୍କ ଚିନ୍ତାଧାରାରେ ମଧ୍ୟ ଅନେକ ପାର୍ଥକ୍ୟ ଆସିଛି । କିନ୍ତୁ ରୀତିନୀତି ଏବଂ ପରମ୍ପରା ଅନୁଯାୟୀ, ଆମେ ତଥାପି କିଛି ନୀତିନିୟମ ଓ ସଂସ୍କୃତିର ଗଣ୍ଠିରେ ବନ୍ଧା। ଭୌଗୋଳିକ ଦୃଷ୍ଟିକୋଣରୁ ସେଥିରେ କିଛିଟା ସ୍ଥାନରେ ପରିବର୍ତ୍ତନ ମଧ୍ୟ ଆସିବାରେ ଲାଗିଛି । ତେବେ ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ବିବାହ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅନେକ ଲୋକ କନ୍ଯାର କାର୍ଯ୍ୟକଳାପ ଦେଖିବା ପରେ ରାଗିଛନ୍ତି।

ଭାଇରାଲ ଭିଡ଼ିଓରେ ବିବାହର ସମସ୍ତ କର୍ମ ପୂରଣ ହେବା ପରେ ବରକନ୍ୟା ଉଭୟଙ୍କ ସମ୍ପର୍କୀୟଙ୍କ ସହିତ ଖାଦ୍ୟ ଖାଉଥିବାର ଦେଖିବାକୁ ମିଳିଛି । ଏହି ସମୟରେ ଉଭୟେ ବେଶ ଖୁସି ଥିବା ଦେଖିବାକୁ ମିଳିଛି । ବରକନ୍ୟା ଉଭୟ ପରସ୍ପରଙ୍କୁ ଖୁଆଇ ଦେଉଥିବା ଦେଖିବାକୁ ମିଳିଛି । ଖାଉଥିବା ସମୟରେ କନ୍ୟା ଜଣକ କିଛି ଖାଦ୍ୟ ସାମଗ୍ରୀ ଖାଉଛନ୍ତି । ଏହା ପରେ କନ୍ୟା ଜଣକ ଧୂଆଁ ଛାଡ଼ୁଥିବା ଦେଖିବାକୁ ମିଳିଛି ।

ତେବେ କନ୍ଯା ଜଣକ କୌଣସି ନିଶାଦ୍ରବ୍ୟ ବା ସିଗାରେଟ ଟାଣୁନଥିବା ଭିଡ଼ିଓ ଶେଷରେ କୁହାଯାଇଛି । ଖାଦ୍ଯ ଗରମ ହୋଇଥିବାରୁ ଏଭଳି ଭଙ୍ଗୀରେ ନିଜ ମୁହଁରୁ ଧୂଆଁ ବାହାର କରୁଥିବାର ଦୃଶ୍ୟକୁ ଏଡ଼ିଟ କରାଯାଇ ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଇଥିବା ନେଇ କନ୍ୟା ଜଣକ କହିଥିଲେ । ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଏହି ଭିଡ଼ିଓକୁ ୟୁଜରକାରୀମାନେ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.