Take a fresh look at your lifestyle.

ନବରଙ୍ଗପୁର ଜିଲ୍ଲା ରେ ବୁନିୟାଦୀ ଶିକ୍ଷା ଅଭିଯାନ ଏବଂ ୟୁଥ ଫର ନବରଙ୍ଗପୁର କାର୍ଯ୍ୟକ୍ରମ ର ଶୁଭାରମ୍ଭ

0 787

Get real time updates directly on you device, subscribe now.

ନବରଙ୍ଗପୁର ଜିଲ୍ଲା DPRS ସଭାଗୃହ ରେ ଅଦ୍ୟ ତା06.09.2022 ରିଖ ବୁନିୟାଦୀ ଶିକ୍ଷା ଅଭିଯାନ ଓ Youth for ନବରଙ୍ଗପୁର ଅଭିଯାନ ଜିଲ୍ଲାପାଳ ଶ୍ରୀ କମଳ ଲୋଚନ ମିଶ୍ର ଙ୍କ ଦ୍ୱାରା ଶୁଭାରମ୍ଭ ହୋଇ ଯାଇଅଛି । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ଶ୍ରୀ କମଳ ଲୋଚନ ମିଶ୍ର ସମେତ PD-DRDA ଶ୍ରୀ ରତ୍ନାକର ସାହୂ , ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପ୍ରଦୀପ କୁମାର ନାଗ , ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , DSSO, ଜିଲ୍ଲା କର୍ମ ନିଯୁକ୍ତି ଅଧିକାରୀ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, DIET ଅଧିକାରୀ , ସମସ୍ତ BEOs ଏବଂ ABEOs ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ l

ଅଭିଜ୍ଞତା ଏବଂ ନବସୃଜନ ସହିତ ଶିକ୍ଷା ର ମୂଳଦୁଆ କୁ କିପରି ସୁଦୃଢ କରାଯାଇପାରିବ ସେ ବିଷୟରେ ଜିଲ୍ଲାପାଳ ଶ୍ରୀ ମିଶ୍ର ମନ୍ତବ୍ୟ ରଖିଥିଲେ। ଅନବରତ ଚେଷ୍ଟା ଓ ଆଗ୍ରହ ଦ୍ୱାରା ହିଁ କିପରି ସଫଳତା ହାସଲ କରିପାରିବ, ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀ ମାନଙ୍କୁ ଆହ୍ୱାନ କରିଥିଲେ।
ବୁନିୟଆଦି ଶିକ୍ଷା ଅଭିଯାନ ସହ ଆଉ ଏକ କାର୍ଯ୍ୟକ୍ରମ Youth for Nabarangpur ମଧ୍ୟ ଉନ୍ମୋଚନ କରାଯାଇଅଛି, ଯାହାର ମୂଳ ଉଦ୍ଦେଶ୍ୟ ଜିଲ୍ଲାର ବିକାଶ ପଥରେ ଯୁବ ସମାଜର ସହଯୋଗ ଏବଂ ଯୋଗଦାନ । ଏଥିରେ PD-DRDA ଶ୍ରୀ ସାହୁ ଯୁବସମାଜ ମଧ୍ୟରେ କିପରି ସମାଜ ସେବା ଭାବନା କୁ ପ୍ରସ୍ଫୁଟିତ କରାଇପାରିବ ନିଜର ମନ୍ତବ୍ୟ ରଖିଥିଲେ। ASP, DSW,DSSO, Employment officer ମଧ୍ୟ ସମାଜ ରେ ହେଉଥିବା ପରିବର୍ତ୍ତନ ସହ କେମିତି ଏକ ବିକାଶ-ଉନ୍ମୁଖୀ ଚିନ୍ତାଧାରା ସହ ଆଗକୁ ବଢ଼ିବେ ସେ ପ୍ରତି ଆଲୋକପାତ କରିଥିଲେ ।

ଉପରୋକ୍ତ ଦୁଇଗୋଟି ଅଭିଯାନ ର ସଫଳତା କାମନା କରି ଜିଲ୍ଲାପାଳ ମହୋଦୟ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଥିଲେ ଏବଂ କାର୍ଯ୍ୟକ୍ରମ କୁ ଉଦଯାପିତ କରାଇଯାଇଥିଲା।
ପିରାମଲ ଫାଉଣ୍ଡେସନ ର Programme Manager ଭବାନୀ ଶଙ୍କର ପଣ୍ଡା, Program leader ଗୌରବ ଏବଂ ସ୍ୱରୂପା, , Gandhi fellows ଶୁଭସ୍ମିତା ଏବଂ ସୁଭାସିନୀ ତଥା ଅନ୍ୟ ଟିମ ମେମ୍ବର ମାନେ ଉପସ୍ଥିତ ଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.