Take a fresh look at your lifestyle.

୧୬୯୦ କୋଟି ୪୬ ଲକ୍ଷ କୋଭିଡ୍‌ ସହାୟତା ଘୋଷଣା

0 923

Get real time updates directly on you device, subscribe now.

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହାଦ୍ୱାରା ରାଜ୍ୟର ବିଭିନ୍ନ ବର୍ଗ ଯଥା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ, ଆଦିମ ଜନଜାତି ଓ ସହରାଞ୍ଚଳର ଗରିବ ଲୋକମାନେ ଉପକୃତ ହେବେ।

ଏଥିସହ କାଳିଆ ଯୋଜନାରେ ଭୂମିହୀନ ଚାଷୀଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରାଯିବ। ଖୁବଶୀଘ୍ର ୩ଟି କିସ୍ତିରେ ୨୦୭ କୋଟି ଟଙ୍କାର ସହାୟତା ରାଶି ଦିଆଯିବ। କାଳିଆ ଯୋଜନାରେ ଚାଷୀଙ୍କୁ ମିଳିବ ୧୦୦୦ ଟଙ୍କାର ସ୍ଵତନ୍ତ୍ର ସହାୟତା। ସେହିପରି ରାଜ୍ୟର ପ୍ରାୟ ୧୭ ଲକ୍ଷ ୮୩ ହଜାର ଛାତ୍ରଛାତ୍ରୀ ଉପକୃତ ହେବେ। ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କୁ ମିଳିବ ୧୫୦୦ ଟଙ୍କାର ସ୍ଵତନ୍ତ୍ର କୋଭିଡ ସହାୟତା। ଶ୍ରମିକଙ୍କ ସହାୟତା ପାଇଁ ୩୬୦ କୋଟି ଟଙ୍କା ଖର୍ଚ୍ଚ ହେବ।

Get real time updates directly on you device, subscribe now.

Leave A Reply

Your email address will not be published.