Take a fresh look at your lifestyle.

ଏୟାର ହୋଷ୍ଟେସଙ୍କ ସହ ଅସଦାଚରଣ, ଜଣେ ଗିରଫ

0 793

Get real time updates directly on you device, subscribe now.

ମିୟାମୀ: ବିମାନରେ ଏୟାରହୋଷ୍ଟେସଙ୍କ ସହିତ ଅସଦାଚରଣ ମାମଲା ଏକାଧିକ ବାର ସାମ୍ନାକୁ ଆସିଛି । ବିମାରେ କାର୍ଯ୍ୟରତ ଏୟାରହୋଷ୍ଟେସଙ୍କୁ ଅସଦାଚରଣ ଅଭିଯୋଗରେ ଯାତ୍ରୀଙ୍କୁ ଗିରଫ କରାଯିବା ଭଳି ମାମଲା ସାମ୍ନାକୁ ଆସିଛି । ତେବେ ସେହିଭଳି ଏକ ଘଟଣା ଫ୍ଲୋରିଡ଼ାରୁ ମିୟାମୀ ଯାଉଥିବା ଏକ ବିମାନରେ ଦେଖିବାକୁ ମିଳିଛି । ବିମାନରେ ଜଣେ କର୍ମଚାରୀଙ୍କୁ ଅସଦାଚରଣ କରି ଜଣେ ଗିରଫ ହୋଇଥିବା ମାମଲା ସାମ୍ନାକୁ ଆସିଛି । ଅସଦାଚରଣ କରିଥିବା ଯାତ୍ରୀଙ୍କୁ ମିୟାମୀ ବିମାନବନ୍ଦରରେ ପୋଲିସ ଗିରଫ କରିଥିବା ସୂଚନା ରହିଛି ।

ପୁଲିସ କହିଛି ଯେ ଉକ୍ତ ବିମାନରେ ଜଣେ ଯାତ୍ରୀ ମଦ୍ୟପାନ କରି ଯାତ୍ରା କରୁଥିଲେ । ନିଶାସକ୍ତ ଅବସ୍ଥାରେ ବିମାନର ଦୁଇ ମହିଳା କର୍ମଚାରୀଙ୍କୁ ଅସଦାଚରଣ କରିବା ସହିତ ମାଡ଼ ମାରିଥିଲେ । ଏହା ପରେ ମିୟାମୀ ବିମାନବନ୍ଦରର ପୁଲିସ କର୍ମଚାରୀଙ୍କୁ ସୂଚନା ଦିଆଯାଇଥିଲା । ମିୟାମୀରେ ପହଞ୍ଚିବା ପରେ ଉକ୍ତ ଯାତ୍ରୀଙ୍କୁ ପୁଲିସ ଗିରଣ କରିନେଇଥିଲା ବୋଲି ପୁଲିସ ସୂଚନା ଦେଇଛି ।

ଏହା ସହିତ ପୁଲିସ ଆହୁରି ମଧ୍ୟ କହିଛି କି ଗିରଫ ହୋଇଥିବା ଅଭିଯୁକ୍ତ ଜଣକ ହେଉଛନ୍ତି ଓହାୟୋର ୨୨ ବର୍ଷୀୟ ମ୍ୟାକ୍ସଓ୍ୱେଲ ବେରୀ । ବେରୀ ବିମାନ ଉଡ଼ାଣ ପୂର୍ବରୁ ମଦ୍ୟପାନ କରିଥିଲେ । ଫ୍ରଣ୍ଟିୟର ଏୟାରଲାଇନ୍ସରେ ସେ ଯାତ୍ରା କରିଥିଲେ । ବିମାନ କର୍ମଚାରୀଙ୍କ କହିବା ମୁତାବକ ବେରୀ ମଦ ପାନ କରୁଥିବା ଅବସ୍ଥାରେ ବିମାନରେ ଚଢିଥିଲେ । ଏପରିକି ନିଜ ସାର୍ଟ ଉପରେ ମଦ ପକାଇଦେଇଥିଲେ । ବିମାନରେ ସେ ଶୌଚାଳୟ ଯାଇଥିଲେ। ମାତ୍ର ଶୌଚାଳୟରୁ ସାର୍ଟ ଖୋଲି ବାହାରକୁ ଆସିଯାଇଥିଲେ । ପରେ ବିମାନର ମହିଳା କର୍ମଚାରୀଙ୍କ ସହିତ ଅସଦାଚରଣ କରିବା ସହିତ ତାଙ୍କୁ ମାଡ଼ ମାରିଥିଲେ । ବେରୀଙ୍କର ଏପରି କାର୍ଯ୍ୟ କଳାପ ଦେଖି ଅନ୍ୟ ଯାତ୍ରୀମାନେ ବିମାନରେ ଉପଲବ୍ଧ ସିଟ ବେଲ୍ଟରେ ତାଙ୍କୁ ବାନ୍ଧି ଦେଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.