Take a fresh look at your lifestyle.

ସଡ଼କ ଦୁର୍ଘଟଣାରେ ଜଣେ ମୃତ, ୪ ଗୁରୁତର

0 552

Get real time updates directly on you device, subscribe now.

Delhi University Student Dies:ନୂଆଦିଲ୍ଲୀ: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ (Road Accident) ଦିଲ୍ଲୀ ବିଶ୍ୱବିଦ୍ୟାଳୟର (Delhi University) ଜଣେ ୨୦ ବର୍ଷୀୟ ଛାତ୍ରଙ୍କ ମୃତ୍ୟୁ ହୋଇଯାଇଛି। ଏହା ସହିତ ମୃତକଙ୍କ ସହିତ ଥିବା ଅନ୍ୟ ୪ ଜଣ ବନ୍ଧୁ ମଧ୍ୟ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣାଟି ଗ୍ରେଟର କୈଲାସ (Greater Kailash) ଅଞ୍ଚଳରେ ଘଟିଥିବା ଜଣାପଡ଼ିଛି। ସେପଟେ ଦୁର୍ଘଟଣା ଘଟାଇଥିବା ଗାଡ଼ିଟି ନିୟନ୍ତ୍ରଣ ହରାଇ ମେଟ୍ରୋ ପିଲାର (Metro Pillar) ସହିତ ଧକ୍କା ହୋଇଛି। ଘଟଣା ସମ୍ପର୍କରେ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ମୃତାହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି। ପୋଲିସ କହିଛି କି ମୃତାହତମାନେ ଏକ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେଇ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାଟି ଘଟିଥିଲା। ସେପଟେ ମୃତକ ଜଣକ କଲ୍ୟାଣପୂରୀ ଅଞ୍ଚଳର ଅଂଶ ସ୍ୱରୂପ ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ ମୃତାହତମାନେ ଏକ ବାହାଘରରେ ଯୋଗଦେଇ କାର ଯୋଗେ ଘରକୁ ଫେରୁଥିଲେ। ତେବେ ପରି ଚୌକ ନିକଟ ଆଲଫା-୧ ଅଞ୍ଚଳରେ ଗାଡ଼ି ଉପରୁ ସେମାନଙ୍କର ନିୟନ୍ତ୍ରଣ ଚାଲିଯାଇଥିଲା। ପୋଲିସ ଦେଇଥିବା ସୂଚନା ଅନୁଯାୟୀ ବ୍ରେକ ଫେଲ ହେବା କାରଣରୁ ଗାଡ଼ି ଉପରେ ଚାଳକ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡ଼ିଟି ଯାଇ ମେଟ୍ରୋ ପିଲାରରେ ପିଟି ହୋଇଥିଲା। ଘଟଣାସ୍ଥଳରେ ଅଂଶଙ୍କର ମୃତ୍ୟୁ ହୋଇଥିବା ନେଇ ପୋଲିସ ସୂଚନା ପ୍ରଦାନ କରିଥିଲା। ସେପଟେ ଆହତଙ୍କ ମଧ୍ୟରେ ନିଶାନ୍ତ, ଦେବ ଅଗ୍ରଓ୍ୱାଲ, ପୁଲକିତ ଓ ପ୍ରିୟାଂଶୁ ବୋଲି ଜଣାପଡ଼ିଛି।

ପୋଲିସ ଦେଇଥିବା ସୂଚନା ମୁତାବକ ଦୁର୍ଘଟଣା ପ୍ରାୟ ଶନିବାର ଭୋର ସାଢେ ୩ଟା ବେଳେ ଘଟିଛି। ପ୍ରତ୍ୟେକ୍ଷଦର୍ଶୀ ଏନେଇ ଆମକୁ ଫୋନ କରି ସୂଚନା ଦେଇଥିଲେ। ଗୋଟିଏ ଟିମ ଘଟଣାସ୍ଥଳକୁ ଯାଇଥିଲା। ଘଟଣାସ୍ଥଳରେ ପହଞ୍ଚିବା ପରେ ଏକ ସ୍କର୍ପିଓ ମେଟ୍ରୋ ପିଲାରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ଦୁର୍ଘଟଣାଗ୍ରସ୍ତ ସ୍କର୍ପିଓରୁ ମୃତାହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାକୁ ପଠାଇ ଦିଆଯାଇଥିଲା। ତେବେ ଡାକ୍ତରଖାନାରେ ଅଂଶଙ୍କୁ ମୃତ ଘୋଷଣା କରାଯାଇଥିଲା। ଅନ୍ୟମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କର ଚିକିତ୍ସା ଜାରି ରହିଛି।

ସେପଟେ ଦୁର୍ଘଟଣାଟି ଏତେ ଭୟଙ୍କର ରହିଥିଲା ଯେ ଗାଡ଼ିଟିର ଆଗ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହୋଇ ଯାଇଛି। ଦୁର୍ଘଟଣା ହିଁ ଦର୍ଶାଉଛି କି ଗାଡ଼ିଟି ବେଶ ଦ୍ରୁତ ବେଗରେ ଆସି ପିଟି ହୋଇଛି। ସୂଚନାଯୋଗ୍ୟ କି ବିଗତ ବର୍ଷକ ମଧ୍ୟରେ ୮୯୭ଟି ରାସ୍ତା ଦୁର୍ଘଟଣାରେ ୩୫୪ ଜଣ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।

Get real time updates directly on you device, subscribe now.

Leave A Reply

Your email address will not be published.