Take a fresh look at your lifestyle.

Global Hunger Index: ଭୋକିଲା ପାକିସ୍ତାନର ନୈରାଶ୍ୟଜନକ ପ୍ରଦର୍ଶନ, ଭାରତ ରହିଛି ଏହି ସ୍ଥାନରେ…

0 891

Get real time updates directly on you device, subscribe now.

Global Hunger Index: ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ-୨୦୨୧ ସଦ୍ୟ ପ୍ରକାଶିତ ତାଲିକାରେ ୧୦୧ତମ ସ୍ଥାନରେ ରହିଛି ଭାରତ। ୧୧୬ ଟି ରାଷ୍ଟ୍ରକୁ ନେଇ ପ୍ରସ୍ତୁତ ଏହି ତାଲିକାରେ ଭାରତକୁ ଏଭଳି ନୈରାଶ୍ୟ ଜନକ ସ୍ଥାନରେ ରହିଛି। ତେବେ ୨୦୨୦ ମସିହାରେ ପ୍ରକାଶିତ ତାଲିକାରେ ୧୦୭ଟି ରାଷ୍ଟ୍ର ମଧ୍ୟରେ ୯୪ତମ ସ୍ଥାନରେ ରହିଥିଲା। ତେବେ ୨୦୨୧ର ମାନ୍ୟତା ଅନୁଯାୟୀ ଭାରତ ଅପେକ୍ଷା ପାକିସ୍ତାନ, ବାଂଲାଦେଶ ଓ ନେପାଳ ବେଶ ଉନ୍ନତ ପ୍ରଦର୍ଶନ କରିଛନ୍ତି। ଆୟାରିଶ ଏଡ଼ ଏଜେନ୍ସି କନସର୍ଣ୍ଣ ବିଶ୍ବବ୍ୟାପି ଓ ଜର୍ମାନୀ ସଂଗଠନ ଓ୍ୱେଲ୍ଟ ହଙ୍ଗର ହେଲ୍ପ ପକ୍ଷରୁ ଏହି ରିପୋର୍ଟରେ କୁହାଯାଇଛି କି ଭାରତରେ ଅନାହାର ସ୍ଥିତି ବେଶ ସଙ୍ଗୀନ ଅବସ୍ଥାରେ ରହିଛି। ଭାରତର ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ୨୦୦୦ ମସିହାରେ ୩୮.୮ରୁ ଖସି ଆସି ୨୦୧୨ରେ ଓ ୨୦୨୧ ମଧ୍ୟରେ ୨୭.୫ରୁ ୨୮.୮ ମଧ୍ୟରେ ରହିଛି।

ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ସ୍କୋର ଗଣନା ପାଇଁ ଚାରୋଟି ମାପଦଣ୍ଡକୁ ଆଧାର କରାଯାଏ। ଅଳ୍ପପୋଷଣ, ଚାଇଲ୍ଡ ଓ୍ୱେଷ୍ଟିଂ, ବାଲ ଷ୍ଟଣ୍ଟିଂଙ୍ଗ ଓ ଶିଶୁ ମୃତ୍ୟୁ ହାର (୫ ବର୍ଷରୁ କମ ବୟସ ମୃତ୍ୟୁକୁ ସଂଖ୍ୟାକୁ ଗଣାଯାଏ) କୁ ଆଧାର କରି ଏହି ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ଗଣନା କରାଯାଇଥାଏ।

ରିପୋର୍ଟ ମୁତାବକ ଭାରତରେ ଚାଇଲ୍ଡ ଓ୍ୱେଷ୍ଟିଂ ହାର ୧୯୯୮ ଓ ୨୦୦୨ ମସିହା ମଧ୍ୟରେ ୧୭.୧ ପ୍ରତିଶତ ବଢି ୨୦୧୬ ଓ ୨୦୨୦ ମସିହା ମଧ୍ୟରେ ୧୭.୩ ପ୍ରତିଶତ ହୋଇଥିଲା। ରିପୋର୍ଟରେ କୁହାଯାଇଛି କି ଭାରତରେ କୋରୋନା କାଳରେ ମହାମାରୀ ସମ୍ବନ୍ଧୀୟ ପ୍ରତିବନ୍ଧ କାରଣରୁ ସାଧାରଣ ଜୀବନ ବେଶ ଗୁରୁତର ଭାବେ ପ୍ରଭାବିତ ହୋଇଥିଲା। ଯେଉଁଠି ସମଗ୍ର ବିଶ୍ବ ରେ ଚାଇଲ୍ଡ ଓ୍ୱେଷ୍ଟିଂର ହାର ସର୍ବାଧିକ ରହିଥିଲା। ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସରେ ଭାରତ ଏକାଧିକ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ କରିଛି। ଭାରତରେ ଶିଶୁ ମୃତ୍ୟୁ କମ ହୋଇଛି। ଚାଇଲ୍ଡ ଷ୍ଟଣ୍ଟିଂ ଓ ଅଳ୍ପପୋଷଣ କ୍ଷେତ୍ରରେ ମଧ୍ୟ ଭାରତରେ ସୁଧାର ଆସିଛି।

 

ଅନ୍ୟ ଦେଶ ଗୁଡ଼ିକର ପ୍ରଦର୍ଶନ
ଭାରତ ସହିତ ପଡ଼ୋଶୀ ରାଷ୍ଟ୍ର ଗୁଡ଼ିକର ପ୍ରଦର୍ଶନ ମଧ୍ୟ ବେଶ ଗୁରୁତର ରହିଛି। ନେପାଳରେ ୭୬ତମ ସ୍ଥାନରେ ରହିଥିବା ବେଲେ ବାଂଲାଦେଶ ମଧ୍ୟ ସେହି ସମାନ ସ୍ଥାନରେ ରହିଛି। ମିଆଁମାର ୭୧ତମ ସ୍ଥାନରେ ରହିଥିବା ବେଳେ ପାକିସ୍ତାନ ୯୨ତମ ସ୍ଥାନରେ ରହିଛି। ତେବେ ଏ ସମସ୍ତ ରାଷ୍ଟ୍ର ଭାରତ ଠାରୁ ବେଶ ଉନ୍ନତ ପ୍ରଦର୍ଶନ କରିଛନ୍ତି। ତେବେ ଏହି ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସର ଏଭଳି କିଛି ରାଷ୍ଟ୍ର ରହିଛନ୍ତି ଯାହା ୫ରୁ କମ ସ୍କୋର ହାସଲ କରି ଗ୍ରୀନ ଜୋନରେ ସ୍ଥାନ ପାଇଛନ୍ତି। ଚୀନ, ବ୍ରାଜିଲ ସହିତ ୧୮ଟି ରାଷ୍ଟ୍ର ଗ୍ରୀନ ଜୋନରେ ରହିଛନ୍ତି। ଗ୍ଲୋବାଲ ହଙ୍ଗର ଇଣ୍ଡେକ୍ସ ଓ୍ୱେବସାଇଟରେ ଗୁରୁବାରକୁ ଏହି ରିପୋର୍ଟ ପ୍ରକାଶ ପାଇଛି।

 

Get real time updates directly on you device, subscribe now.

Leave A Reply

Your email address will not be published.