Take a fresh look at your lifestyle.

CM ନବୀନଙ୍କ ଦୂରଦୃଷ୍ଟିକୁ OSLର ପ୍ରଶଂସା

0 802

Get real time updates directly on you device, subscribe now.

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ କ୍ରୀଡା ପ୍ରତିଥିବା ଦୂରଦୃଷ୍ଟିକୁ ଓଡିଶା ଷ୍ଟିଭେଡର୍ସ ଲିମିଟେଡ୍ (OSL) ପ୍ରଶଂସା କରିଛି। ଜାତୀୟ କ୍ରୀଡା ଦିବସ ଅବସରରେ କମ୍ପାନୀ, ଓଡିଶା ସରକାରଙ୍କୁ ଭାରତୀୟ ପୁରୁଷ ଓ ମହିଳା ହକି ଦଳର ପ୍ରାୟୋଜକ ଅବଧିକୁ ବଢାଇବା ପାଇଁ ନେଇଥିବା ନିଷ୍ପତ୍ତି ଲାଗି ପ୍ରଶଂସା କରିଛି। ଓଡିଶା ସରକାର ୨୦୩୩ ପର୍ଯ୍ୟନ୍ତ ଆହୁରି ୧୦ ବର୍ଷ ପାଇଁ ଉଭୟ ହକି ଦଳର ପ୍ରାୟୋଜକ ରହିବେ।

ଗତ ତିନିବର୍ଷ ଧରି ଭାରତୀୟ ହକିକୁ ମୁଖ୍ୟ ପ୍ରାୟୋଜକ ଭାବରେ ଓଡିଶା ସରକାର ସମର୍ଥନ କରିଆସୁଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କର ଦୂରଦୃଷ୍ଟି ଏବଂ ଜାତୀୟ ଖେଳ ପ୍ରତି ଥିବା ଆଗ୍ରହ ପାଇଁ ସମସ୍ତ ଶ୍ରେୟ ପାଇବାକୁ ଯୋଗ୍ୟ। କାରଣ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପାଇଁ ପୁରୁଷ ଦଳ ଜର୍ମାନୀକୁ ହରାଇବା ପରେ ଭାରତ ଅଲିମ୍ପିକ୍ସରେ ହକିରେ ପଦକ ଜିତିବା ପାଇଁ ୪୧ ବର୍ଷର ଅପେକ୍ଷାର ଅନ୍ତ ଘଟାଇଥିଲା। ମହିଳା ଦଳ ମଧ୍ୟ ଯେକୌଣସି ଅଲିମ୍ପିକ୍ସରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହିତ ଚତୁର୍ଥ ସ୍ଥାନ ହାସଲ କରିଛି। OSL ଗ୍ରୁପର ଅଧ୍ୟକ୍ଷ ମହିମାନନ୍ଦ ମିଶ୍ର କହିଛନ୍ତି ଯେ, ଓଡିଶା ଦେଶରେ ହକିର ରାଜଧାନୀ ବୋଲି କୁହାଯାଉଛି। ହକିକୁ ସମର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଖେଳର ଅତୀତର ଗୌରବ ଆମ ଦେଶକୁ ଫେରାଇ ଆଣିବା ପାଇଁ ଏକ ସଠିକ୍ ପଦକ୍ଷେପ।

ସୂଚନାଯୋଗ୍ୟ, ୨୦୧୮ ମସିହା ଠାରୁ ଓଡିଶା ସରକାର ଜାତୀୟ ହକିର ପ୍ରାୟୋଜକ ଅଛନ୍ତି। ୨୦୨୩ରେ ଏହି ଅବଧି ସରିବାକୁ ଥିବା ବେଳେ ଆଉ ୧୦ ବର୍ଷ ଅର୍ଥାତ ୨୦୩୩ ପର୍ଯ୍ୟନ୍ତ ହକିର ପ୍ରାୟୋଜକ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୭ ତାରିଖରେ ଘୋଷଣା କରିଥିଲେ। ଏହା ବ୍ୟତୀତ ଜାତୀୟ ରଗବୀର ମଧ୍ୟ ତିନି ବର୍ଷ ପ୍ରାୟୋଜକ ହେବା ପାଇଁ ଗତ ୨୮ ତାରିଖରେ ସରକାର ଘୋଷଣା କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.